ସମାଜ ବା ପରିବାର ବିନା ମଣିଷ ବଞ୍ଚିବା ଏକ ପ୍ରକାର କାଠିକର ପାଠ । ଏ ମଣିଷ ସବୁ ଜାଣେ । ସଂସାର ମୋହ ମାୟା ସବୁ ଜାଣେ । କିନ୍ତୁ ସମ୍ପର୍କର ବନ୍ଧନରୁ କେବେ ନିଜକୁ କାଢ଼ିପାରେନି । ବାପା, ମା, ଭାଇ ଭଉଣୀ ଆଦି ସମ୍ପର୍କ ଯେମିତି ଚିର ଦିନ ପାଇଁ ଏମିତି ଭାବନାରେ ମଣିଷ ବଞ୍ଚେ । କାଗଜରେ ଚୁକ୍ତି ବା ଘରେ ଘରେ ଇଟା ସିମେଣ୍ଟରେ କାନ୍ଥ ବାଡ, ସମ୍ପର୍କରେ ଦୃଶ୍ୟମାନ ଭାଗ କରିଦିଏ କିନ୍ତୁ ମନରେ କୋଉଠି ନା କୋଉଠି ସେ ସମ୍ପର୍କ ସେମିତି ଥାଏ । ଆଉ ମୃତ୍ୟୁ ପରେ ବି ସେମିତି ଥାଏ କି ନଥାଏ, କିଏ ଜାଣିବ । ବିପଦ ଆପଦ ହେଉ ବା ଉତ୍ସବ, ସମ୍ପର୍କୀୟ ମାନଙ୍କ ଉପସ୍ଥିତି ମଣିଷକୁ ସାମାଜିକତାର ପ୍ରମାଣ ପତ୍ର ଦିଏ । ଯେକୌଣସି ମହାମାରୀର ବା ମହା ବିପତ୍ତି ସମୟରେ ମଣିଷ ନିଜ ସମ୍ପର୍କୀୟ ମାନଙ୍କ ପାଖରେ ବାତ୍ସଲ୍ୟ ଭାବ ପ୍ରକାଶ ନ କରି ରହି ପାରେନି । ସେ ବାତ୍ସଲ୍ୟ ଯଦି ବାପା ଓ ମା’ଙ୍କର ସନ୍ତାନ ପ୍ରତି କେମିତି ଥାଏ, ପ୍ରଶ୍ନ କରାଯାଏ ତାହାର ଉତ୍ତର ଅବର୍ଣ୍ଣନୀୟ ।

କରୋନା ମହାମାରୀ ସମୟରେ ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ଲୀଳା କେମିତି ମଣିଷ ସମାଜକୁ ଭୟଭୀତ କରିଛି ଆଉ ସେଇ ଭିତରେ ମଣିଷ କେବଳ ନିଜର ଆତ୍ମୀୟ ସ୍ୱଜନଙ୍କ ପାଖରେ ରହିବାକୁ ବା ବଞ୍ଚିବାକୁ ପ୍ରୟାସ କରିଚାଲୁଛି ତାର ଏକ କାଳ୍ପିନିକ ଛବିଟିଏ କ୍ଷୁଦ୍ର ଏକାଙ୍କିକା ମାଧ୍ୟମରେ ଏ ପୁସ୍ତକରେ ଲିପିବଦ୍ଧ ।

Free Download Available: Now

2647 Downloads